ପ୍ରତିଶ୍ରୁତି ପରେ କେନ୍ଦୁପାଲି ୫-ଟି ସ୍କୁଲରୁ ତାଲା ଖୋଲିଲା

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ୫-ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଫାଟକରେ ତାଲା ପକେଇ ଧାରଣା ଦେଇଥିଲେ ।

ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ୩୮୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସେମାନଙ୍କୁ ଶିକ୍ଷାଦାନ କରିବାକୁ ବର୍ତ୍ତମାନ ମାତ୍ର ୭ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ତେବେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚି ଜଣେ ସିବିଜେଡ ଓ ଜଣେ ପିସିଏମ ବିଷୟର ଶିକ୍ଷକଙ୍କ ସମେତଆଉ ୫ ଜଣ ଶିକ୍ଷକଙ୍କୁ ସ୍କୁଲରେ ଅବସ୍ଥାପିତ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version