ପ୍ରତିଶୃତି ପରେ ନାଏକପଡ଼ା ଠାରେ ଚାଲିଥିବା ରାସ୍ତାରୋକ ପ୍ରତ୍ୟାହୃତ

ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ନାଏକପଡ଼ା ଠାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଭିମନ୍ୟୁ ସାହୁ(୩୨) ନାମକ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଗତ ରାତିଠାରୁ ଆଜି ଯାଏ ରାସ୍ତାରୋକ କରିଛନ୍ତି।

ତେବେ ଆଜି ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର, ହରିଚନ୍ଦ୍ର ଯୋଜନାରୁ ୨ ହଜାର ଓ ବସ ମାଲିକ ମଧ୍ୟ କିଛି ସହଯୋଗ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes