ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର ଯୋଜନା ଧିମେଇ ଯାଉଥିବାରୁ ଏହାର ପ୍ରତିମାସରେ ପିଏମ୍ ସୂର୍ଯ୍ୟଘର ସମୀକ୍ଷା କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
୩ ଲକ୍ଷ ଟାର୍ଗେଟ୍ ଦିଆଯାଇଥିବା ବେଳେ ପୂରଣ ହୋଇଛି ମାତ୍ର ୨୦ ହଜାର। ପ୍ରତି ମାସରେ ଅଗ୍ରଗତି ନେଇ ବିତରକ କମ୍ପାନୀଙ୍କ ସହ ସମୀକ୍ଷା ହେବ। ଏହି ଯୋଜନାକୁ ନେଇ ସଚେତନ କରିବେ ବିଲ୍ କଲେକ୍ସନ କର୍ମଚାରୀ। ଲୋକଙ୍କୁ ସଚେତନ କରାଯିବା ସହ ଲିଫ୍ଲେଟ୍ ଓ ପାମ୍ପଲେଟ୍ ବଣ୍ଟାଯିବ।