ଅବସର ନେବା ପରଠାରୁ ପେନସନ ଓ ଗ୍ରାଚୁଟି ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକ ପ୍ରଦାନ କରିଛନ୍ତି ଅଲ ଓଡ଼ିଶା ଅନୁଦାନ ପ୍ରାପ୍ତ ଅବସର ଶିକ୍ଷକ ଓ କର୍ମଚାରୀ ସଂଘ ।
ଓଡ଼ିଶାରେ ସମସ୍ତ ପ୍ରାଇଭେଟ ସ୍କୁଲକୁ ୨୦୦୪ରେ ବ୍ଳକ ଗ୍ରାଣ୍ଟ କରାଯିବା ପରେ ୨୦୨୨ରେ ଗ୍ରାଣ୍ଟ ଇନ୍ ଏଡ଼୍ ବ୍ୟବସ୍ଥା ଲାଗୁ କରି ସପ୍ତମ ବେତନ କମିସନ୍ ଲାଗୁ କରାଯାଇଥିଲା। କିନ୍ତୁ ୨୦୦୪ରୁ ବ୍ଳକ୍ ଗ୍ରାଣ୍ଟ ପାଇଥିବା ଶିକ୍ଷକ ଅବସର ନେବା ପରେ ମଧ୍ୟ ଆଜିପର୍ଯ୍ୟନ୍ତ ପେନ୍ସନ ଓ ଗ୍ରାଚୁଟି ପାଇଁ ଅନେକ ଥର ସରକାରୀ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳନାହିଁ ବୋଲି କହିଛନ୍ତି।