ପେନସନ ଆଣିବା ପାଇଁ ତାତିରେ ଚାଲିଲେ ବୃଦ୍ଧା, ଉଦବେଗ ପ୍ରକାଶ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ୭୦ ବର୍ଷୀୟ ସୂର୍ଯ୍ୟ ହରିଜନ ପେନସନ ଆଣିବା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ତାତିରେ ଚୌକିକୁ ଆଶା ବାଡ଼ି ପରି ସାହାରାକରି କୋଷେ ବାଟ ଖାଲିପାଦରେ ଚାଲି ଚାଲି ଯାଇଥିବା ଘଟଣାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦବେଗ ପ୍ରକାଶ କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ।

ବ୍ୟାଙ୍କ କର୍ତ୍ତୃପକ୍ଷ ଉତ୍ତର ରଖି କହିଛନ୍ତି, ଟିପ ଚିହ୍ନ ନମିଶିବାରୁ ଏଭଳି ସମସ୍ୟା ଉପୁଜିଥିଲା । ବୃଦ୍ଧା ତାଙ୍କ ପରିବାର ଲୋକଙ୍କ ସହ ଝରିଗାଁ ବ୍ରାଞ୍ଚକୁ ଆସିଥିଲେ । ବ୍ୟାଙ୍କ ମ୍ୟାନେଜର ତୁରନ୍ତ ତାଙ୍କର ପେନସନ ଟଙ୍କା ପୈଠ କରିଥିଲେ । ଆସନ୍ତା ମାସରୁ ବୃଦ୍ଧାଙ୍କ ଘରେ ଟଙ୍କା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes