କାଲି ପର୍ଯ୍ୟନ୍ତ ପେଟ୍ରୋଲ୍ ମହଜୁଦ ଅଛି, ପାନିକ୍ ହୁଅନ୍ତୁ ନାହିଁ କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସମ୍ପାଦକ ସଞ୍ଜୟ ଲାଠ।
ଆଜି ଆନ୍ଦୋଳନ ପ୍ରତ୍ୟାହାର ହୋଇପାରିଲେ କାଲିକି ସମସ୍ୟା ହେବନି, କିଛି ଛୋଟ ପେଟ୍ରୋଲ୍ ପମ୍ପ୍ରେ ଷ୍ଟକ୍ ସରିଥାଇ ପାରେ, ବଡ଼ ପେଟ୍ରୋଲ ପମ୍ପ୍ରେ ପେଟ୍ରୋଲ୍ ଷ୍ଟକ ରହିଛି, ଅଧିକ କିଣନ୍ତୁ ନାହିଁ ବୋଲି ସେ କହିଛନ୍ତି।