ପେଟ୍ରୋଲ୍‌ ଓ ଡିଜେଲ୍‌ ଖର୍ଚ୍ଚ କାଟ ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି

ସରକାରୀ ବିଭାଗଗୁଡ଼ିକରେ ବ୍ୟବହାର କମାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଶାସନକୁ ୮ ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଭର୍ଚୁଆଲ ମୋଡ୍‌ରେ କରାଯିବ, ନୂଆ ୨ ଓ ୪ ଚକିଆ ଯାନ ବୈଦ୍ୟୁତିକ (EV) କିଣାଯିବା ବାଧ୍ୟତାମୂଳକ। ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ କାର୍‌ପୁଲିଂ କରିବେ। ସରକାରୀ ଗାଡ଼ି ବ୍ୟବହାର ପାଇଁ ଅର୍ଥ ବିଭାଗ ମାର୍ଗଦର୍ଶିକା ଜାରି କରିବ। ଅଧିକାରୀ ଓ କର୍ମଚାରୀ ଦୂରସ୍ଥାନକୁ ବସ୍ କିମ୍ୱା ରେଳଯାତ୍ରା କରିବେ, ଅଧିକାରୀଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ସରକାରୀ କାମରେ ଲାଗି ପାରିବ। ସରକାରୀ କର୍ମଚାରୀଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ ସେବା ବ୍ୟବସ୍ଥା କରାଯିବ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ଅତିକମ୍‌ରେ ୧୦% କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes