ଭଦ୍ରକ ଜିଲ୍ଳାର ପୂର୍ବତନ ସି.ଡି.ଏମ.ଓ. ଡାକ୍ତର ଅଧର ନାୟକଙ୍କର ଆଜି ହୃଦ୍ଘାତ୍ରେ ପରଲୋକ ହୋଇ ଯାଇଛି । ସେ ଓଡ଼ିଶାର ବିଭିନ୍ନ ଜିଲ୍ଳାରେ ଜଣେ ସୁନାମଧନ୍ୟ ଶିଶୁ ଡାକ୍ତର ଭାବେ କାର୍ଯ୍ୟ କରିବା ସହିତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ ।
ସେ ଭଦ୍ରକ ଜିଲ୍ଲାର ଜଣେ ଖ୍ୟାତି ସମ୍ପନ୍ନ ଶିଶୁ ଡାକ୍ତର ଥିଲେ । ନୂଆ ବଜାର ସ୍ଥିତ ତାଙ୍କ ବାସଭବନରେ ନିୟମିତ ରୋଗୀ ଚିକିତ୍ସା କରୁଥିଲେ । ତାଙ୍କର ମୂଳ ଘର ଭଣ୍ଡାରିପୋଖରୀ ଅଞ୍ଚଳରେ । ସେ ଇଣ୍ଡିଆନ ମେଡିକାଲ ଆସୋସିଏସନର ଆଜୀବନ ସଦସ୍ୟ ଥିଲେ ।