ପୂର୍ବତନ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀଙ୍କୁ ୩ ବର୍ଷ ଜେଲ୍ ହୋଇଛି। ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଲେ ଭିଜିଲାନ୍ସ କୋର୍ଟ।
୨୦୦୮ରେ ଓ୍ୱାଇ ଫର୍ମରେ ଟ୍ରାଞ୍ଜିଟ୍ ପାସ୍ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ ରାଜେନ୍ଦ୍ର। ବଲାଙ୍ଗିର ଜିଲ୍ଲା ଦେଓଗାଁର ଅତିରିକ୍ତ ତହସିଲଦାର ଥିଲା ବେଳେ ମାମଲାରେ ସଜା ହୋଇଛି।