ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍ ବ୍ୟବହାର ହେବ ନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଟେଣ୍ଡର୍ ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ AI ଆଧାରିତ ହେବ, ଟେଣ୍ଡର୍ ମ୍ୟାନେଜମେଣ୍ଟକୁ ଅନ୍ଲାଇନ କରିବ ପୂର୍ତ୍ତ ବିଭାଗ। ପୂର୍ବରୁ ଯେଉଁ କାମ ୨ ମାସ ଲାଗୁଥିଲା, ଏବେ ଗୋଟିଏ ସପ୍ତାହରେ ହେବ କହିଛନ୍ତି ମନ୍ତ୍ରୀ।