ପୁରସ୍କୃତ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୁଭଷ୍ମତୀ ସ୍ବସ୍ତିପ୍ରଜ୍ଞା ପ୍ରିୟଦର୍ଶିନୀ ୨୦୨୪-୨୫ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲେ । ଗତ ଗୁରୁ ଦିବସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବୁଧବାର ବିଦ୍ୟାଳୟ ତରଫରୁ ଶ୍ରୀମତୀ ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୀତାରାଣୀ ହୋତା ତାଙ୍କୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନମିତା ଡାଙ୍ଗ, ଅରୁନ୍ଧତୀ ମଲ୍ଲିକ, ଆନନ୍ଦଦାୟିନୀ ସିଂ, ତେଜସ୍ବିନୀ ନାଗ, ରାଜା ବାରିକ, ଆକାଶ ବେହେରା, ନୀଳକଣ୍ଠ ମାଟିଆ, ସମସ୍ତ କର୍ମଚାରୀ ତଥା ଛାତ୍ରୀମାନେ ଉପସ୍ଥିତ ରହି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes