ଓଡ଼ିଶା ଡ୍ରାଇଭର୍ ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜ ଏକ୍ସ ପୋଷ୍ଟରେ କହିଛନ୍ତି, “ମହାସଂଘର ସମସ୍ତ ଦାବି ଉପରେ ଆଲୋଚନା ହୋଇଛି, ଦାବିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇଛି, ପୁଣି ଆନ୍ଦୋଳନର ଆବଶ୍ୟକତା ନାହିଁ”।
କଂଗ୍ରେସ ରାଲିକୁ ସମର୍ଥନ ଦେବାରେ ରାଜନୀତି ଦେଖାଦେଇଛି। ଡ୍ରାଇଭର୍ ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରୁଛି କହିଛନ୍ତି ମନ୍ତ୍ରୀ।