ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ପୁଟିଣା ହାଇସ୍କୁଲ ପରିସରରେ ଆଜି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ତ୍ରିପାଠୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି।
ସେ ପ୍ରଥମେ ସର୍ବେଶ୍ୱର ହାଇସ୍କୁଲରୁ ଶିକ୍ଷକତା ଆରମ୍ଭ କରି ପୁଟିଣା ସ୍କୁଲରୁ ଅବସର ନେଇଛନ୍ତି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିପିନ ବିହାରୀ ବିଶ୍ୱାଳ, ଓଷ୍ଟାର ଜିଲ୍ଲା ସହ ସମ୍ପାଦକ ରାଜେନ୍ଦୁ ବିକାଶ ପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଶିକ୍ଷା ମୂଳକ ବକ୍ତବ୍ୟ ଦେଇଥିଲେ। ମଦନ ମୋହନ ଦେ ସଭାପତିତ୍ୱ କରିଥିଲା ବେଳେ ଶୈଳେନ୍ଦୁ ବିକାଶ ପଣ୍ଡା ଅତିଥି ପରିଚୟ ଦେଇଥିଲେ, ନିଶାକର ନାୟକ ଧନ୍ୟବାଦ ଦେଇଥିଲେ।