କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ବନ ବିହାରୀପୁର ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବାରୁ ଗାଁ ସାହିର ୪୦ ପରିବାର ବହୁ ଅସୁବିଧା ଭୋଗୁଛନ୍ତି।
ଗୋଟିଏ ନଳକୂପ ଓ ଦୁଇଟି ପୁରୁଣା କୂଅ ରହିଥିଲେ ହେଁ ଖରାରେ ପାଣି ଶୁଖି ଯାଉଥିବାରୁ ହିନସ୍ତା ହେଉଛନ୍ତି। ପଂଚାୟତ ପକ୍ଷରୁ ପାଇପ ଦ୍ଵାରା ଜଳ ଯୋଗାଣ ବ୍ୟବସ୍ଥା ନାହିଁ କିମ୍ବା ଟ୍ୟାଙ୍କରରେ ଯୋଗାଇ ଦିଆଯାଉନାହିଁ। ଏଣୁ ବାଧ୍ୟ ହୋଇ ରାଜାରାଜୁଡ଼ା ଅମଳର କୂଅକୁ ଗ୍ରାମବାସୀ ମିଶି ସଫେଇ କରି ବ୍ୟବହାର ଯୋଗ୍ୟ କରୁଛନ୍ତି। ତୁରନ୍ତ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।