ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇର ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟ ଓ ଜିଲ୍ଲାର ବରିଷ୍ଠ ପଣ୍ଡିତ ମଣ୍ଡଳୀଙ୍କ ଦ୍ଵାରା ପାତାଳୀ ମଣ୍ଡପ ଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜ୍ଞାମାଳ ଅଣାଯାଇ ଆସନ୍ତା ଗଣପର୍ବ ନୂଆଁଖାଇ (ନବାନ୍ନ) ସକାଶେ ଲଗ୍ନ ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ଆସନ୍ତା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ (ଋଷିି ପଞ୍ଚମୀ)ରେ ତା,୨୮/୮/୨୦୨୫ ଦିନ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବାଂଶେ ଦିବା ୧୧.୧୦.ମିନିଟ ଗତେ ଓ ୧୧.୨୫ ମିନିଟ୍ ମଧ୍ୟେ ମାହେନ୍ଦ୍ର ସମୟରେ ପଶ୍ଚିମ ଓଡ଼ିଶାର ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ । ଏହି ଲଗ୍ନକୁ ସର୍ବସମ୍ମୁଖରେ ପ୍ରଭୁଙ୍କ ପାଦତଳେ ଅର୍ପଣ କରାଯାଇଛି ।