କେନ୍ଦୁଝର ଜିଲ୍ଲା, ବଡ଼ବିଲ ପୌରାଞ୍ଚଳ ବାଲ ହାଟିଂ ନିକଟରେ ଖଣି ଅଞ୍ଚଳ ରାସ୍ତାକୁ ସ୍ଥାନୀୟ ଲୋକ ଅବରୋଧ କରିଛନ୍ତି।
ଏହି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ, ହାଇଓ୍ବା ଆଦି ଯାତାୟତ କରୁଥିବାରୁ ବହୁ ପରିମାଣରେ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି। ଧୂଳି ଧୁଆଁରେ ଆଖପାଖ ଅଞ୍ଚଳର ଲୋକ ମାନେ ଅତିଷ୍ଠ ହୋଇ ପଡିଛନ୍ତି। ଏହାକୁ ନେଇ ପାଣି ସିଞ୍ଚନ କରିବାକୁ ଦାବି ହୋଇ ଆସୁଥିଲେ ହେଁ ଖଣି କମ୍ପାନୀ କିମ୍ବା ପ୍ରଶାସନ ନ ଶୁଣିବାରୁ ଗ୍ରାମବାସୀମାନେ ଏଭଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି।