ପାଣି ସମସ୍ୟା ନେଇ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର ଜିଲ୍ଲା ମୁଁଣ୍ଡୋଘାଟ ପଞ୍ଚାୟତର ଲଙ୍କାବାହାଳ, ଲେହେଡି, ଭଜବଳପୁର, ସହରାପାଲି, ପତ୍ରାପାଲି ଆଦି ଗ୍ରାମମାନଙ୍କରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରାୟତ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଜଳ ଯୋଗାଣ ହେଉନଥିବାରୁ ଲୋକେ ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ତେଣୁ ଏହାର ପ୍ରତିକାର ପାଇଁ ସରପଞ୍ଚ କିସାଣ ଜଗଦଳା ଆଜି ଜିଲ୍ଲା ଜଳ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes