ମୟୁରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକ ଧନପୁର ଗ୍ରାମରେ ଦୀର୍ଘଦିନ ହେବ ପାନୀୟ ଜଳର ଘୋର ଅଭାବ ଲାଗି ରହିଛି। ଗାଁ ପାଖରେ ବସୁଧା ଯୋଜନାରେ ଟାଙ୍କି ବସିଛି, ପାଇପ୍ ମଧ୍ୟ ବିଛା ଯାଇଛି ହେଲେ ଭୂତଳ ଜଳ ନିମ୍ନଗାମୀ ହେବା ଫଳରେ ବୋରିଂରୁ ପାଣି ନଉଠିବାରୁ ପାଣି ସପ୍ଲାଇ ଯାଇ ପାରୁନାହିଁ ତେଣୁ ପାଣି ପାଇଁ ୨ କିଲୋମିଟର ଚାଲି ବୋହି ଆଣିବା ପାଇଁ ପଡୁଛି।
ପାନୀୟ ଜଳ ଯୋଗାଇବା ପାଇଁ ଦାବିରେ ଆଜି ବ୍ଲକ ଅଫିସ ଘେରାଉ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ଗ୍ରାମବାସୀ । ତେବେ ଏହାର ଖୁବଶୀଘ୍ର ସମାଧାନ ହେବ ବୋଲି ବ୍ଲକ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।