ପାଣିମୋରାର ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ପରଡ଼ିଆଙ୍କ ପରଲୋକ

ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ସାଧବ ପ୍ରଧାନଙ୍କ ଶଶୁର ତଥା ବରଗଡ଼ ଜ଼ିଲ୍ଲା ସୋହେଲା ବ୍ଲକ ପାଣିମୋରା ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ପରଡ଼ିଆ (୭୮)ଙ୍କ ସ୍ଥାନୀୟ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି I ୨୦୦୩ରେ ବରଗଡ ଜ଼ିଲ୍ଲା ମସନାବାହାଲ ପ୍ରାଥମିକ ବିଦ୍ୟାଳୟରୁ ସେ ଅବସର ନେଇଥିଲେ।

ପାଣିମୋରାରେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବିଧବା ପତ୍ନୀ ସଫେଦ,ଏକ ମାତ୍ର ଝିଅ ମିତା ପ୍ରଧାନ (ଦେବକୀ), ଜ୍ୟାଇଁ ସାମ୍ବାଦିକ ସାଧବ ପ୍ରଧାନ, ଭାଇ ଦେବାନନ୍ଦ ଓ ସଦାନନ୍ଦ, ପୁତୁରା ତୁଶୋବନ୍ତ, ଗୁଣବନ୍ତ, ବଳବନ୍ତ, ନାତି ନାତୁଣୀ ତଥା ପରିବାର ବର୍ଗ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ I ପାଣିମୋରା ସ୍ୱାଧୀନତା ସଂଗ୍ରାମୀ କମିଟି, ଖଣ୍ଡାୟତ ମହାସଭା ଆଦି ସଂଗଠନ ସହ ସେ ଜଡିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes