ପାଟଣା ବୈତରଣୀ ପ୍ରେସ କ୍ଳବର ବନ୍ଧୁ ମିଳନ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ କୃତୀ ପ୍ରତିଭା

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଦଧି ବାମନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ରବିବାର ପାଟଣା ବ୍ଲକର କାର୍ଯ୍ୟରତ ଖବରଦାତାଙ୍କୁ ନେଇ ଗଠିତ ବୈତରଣୀ ପ୍ରେସ କ୍ଳବର ଏକ ବନ୍ଧୁ ମିଳନ ଉତ୍ସଵ ଅନୁଷ୍ଠିତ ହୋଇଛି l

ଆୟୋଜିତ ସଭା ବୈତରଣୀ ପ୍ରେସ କ୍ଲବର ସଭାପତି ଶାନ୍ତନୁ କୁମାର ବେହେରାଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗୋପୀନାଥ ସାହୁ , ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଅନିଲ ଚଉଡା, ସମ୍ମାନିତ ଅତିଥିଭାବେ ଦୁର୍ଯ୍ୟୋଧନ ସାହୁ ଓ ପ୍ରତାପ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଖବର ଦାତା ମାନେ ନିରପେକ୍ଷ ଖବର ପରିବେଷଣ ଉପରେ ଗୁରତ୍ୱ ଦେବାକୁ କହିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes