ପାଇପ ଲାଇନରେ ଲୁହାପଥର ପରିବହନକୁ ବିରୋଧ

ପାଇପରେ ଲୁହାପଥର ପରିବହନକୁ ବିରୋଧ କରି ଏବଂ ଟ୍ରକ୍ ରେ ୬୦ ପ୍ରତିଶତ ଲୁହାପଥର ପରିବହନ ବ୍ୟବସ୍ଥା କରିବା ଦାବିରେ ଆଜି କେନ୍ଦୁଝର ଜିଲ୍ଲାର ଛଅ ଟ୍ରକ୍ ମାଲିକ ସଂଘ ମାନଙ୍କ ପକ୍ଷରୁ ଜିଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ପାଇପରେ ଲୁହାପଥର ପରିବହନ ହେଲେ ଟ୍ରକ୍ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ଭର ଲକ୍ଷାଧିକ ପରିବାର କ୍ଷତିଗ୍ରସ୍ତ ହେବେ ବୋଲି କେନ୍ଦୁଝର ଟ୍ରକ୍ ମାଲିକ ସଂଘର ସମ୍ପାଦକ ସୂର୍ଯ୍ୟ ନାରାୟଣ କର କହିଛନ୍ତି। ପ୍ରଶାସନ ଦାବି ନ ଶୁଣିଲେ ବାଧ୍ୟ ହୋଇ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଟ୍ରକ୍ ମାଲିକ ମାନେ ଚେତାବନୀ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version