ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟି ଠାରେ ରଜ ଉତ୍ସବ ଧୁମ୍ ଧାମରେ ପାଳିତ ହୋଇ ଯାଇଛି। ସ୍ଥାନୀୟ ଆମ୍ବ ତୋଟା ରେ ବିଭିନ୍ନ ପ୍ରକାର ଦୋଳି ପ୍ରତିଷ୍ଠା କରାଯାଇଛି। ସ୍ଥାନୀୟ ଯୁବକ, ଯୁବତୀ ତଥା ବୟସ୍କ ମାନେ ଏକାଠି ହୋଇ ଦୋଳି ଖେଳିବା ସହ ମଜା କରିଛନ୍ତି।
କାଠ ରେ ପ୍ରସ୍ତୁତ କାଠ ପଟା, ଚକ୍ର ଦୋଳି, ଖାଇ ଦୋଳି, କଟକି ଦୋଳି ଆଦି ପ୍ରତିଷ୍ଠା ହୋଇଛି। ବିଶେଷ କରି ଯୁବତୀ ମାନେ ପିଠା ପଣା ଖାଇ ବିଭିନ୍ନ ପ୍ରକାର ନୂଆ ବସ୍ତ୍ର ପିନ୍ଧି ଦୋଳି ଖେଳି ପ୍ରଥମ ଦିନ କଟାଇଛନ୍ତି। ବିଭିନ୍ନ ପ୍ରକାର ରଜ ଦୋଳି ଗୀତ, ଡିଜେ ଗୀତ ବାଦ୍ୟରେ ଉକ୍ତ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି।