ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ (ଠେଙ୍ଗୋ ଡ୍ୟାମ) ଠାରେ ରବିବାର ପଶ୍ଚିମ ଓଡିଶା କନଷ୍ଟ୍ରକସନ କର୍ମଚାରୀ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୀଳାଞ୍ଚଳ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ପୂର୍ବ ବୈଠକର ବିବରଣୀ ପାଠ କରାଯାଇଥିଲା । ଏହି ଅବସରରେ ସର୍ବସମ୍ମତି କ୍ରମେ ପଶ୍ଚିମ ଓଡିଶା କନଷ୍ଟ୍ରକସନ କର୍ମଚାରୀ ସଂଘର ଏକ ପରିଚାଳନା କମିଟିର ଗଠନ କରାଯାଇଥିଲା । ଏଥିରେ ନିଳାଞ୍ଚଳ ପଧାନ ସଭାପତି, ବୁଧୁରାମ କର୍ଣ୍ଣ ଉପସଭାପତି, ରାଜକୁମାର ଭୋଇ ସମ୍ପାଦକ ଓ ହୃଦାନନ୍ଦ ଘିବିଲା କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଶେଷରେ ଅଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।