ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁତମେଣ୍ଡା ମେଟାକାନି ମନ୍ଦିର ଠାରେ ପଶ୍ଚିମ ଓଡ଼ିଶା କନଷ୍ଟ୍ରକସନ କର୍ମଚାରୀ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ନୀଳାଚଳ ପ୍ରଧାନ ପୌରୋହିତ୍ୟ କରିଥିଲେ । ସଂଘରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅଧିକରୁ ଅଧିକ କର୍ମଚାରୀଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂଘର ସଦସ୍ୟ ରାଜକୁମାର ମେଣ୍ଡିଲି, ଭରଦ୍ୱାଜ ସାମନ୍ତରା, ରାଜକୁମାର ଭୋଇ, ଅଜିତ ସାହୁ, ଘନଶ୍ୟାମ, ରୁପେଶ କର୍ଣ୍ଣ ପ୍ରମୁଖ ସଂଘର ଆଭିମୁଖ୍ୟ ଉପରେ ମତବ୍ୟକ୍ତ କରିଥିଲେ। ସୁବାସ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସୁପ୍ତେଶ୍ଵର ପ୍ରଧାନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ରୁ ଅଧିକ ସଦସ୍ୟ ଏଥିରେ ଯୋଗ ଦେଇଥିଲେ।