ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ଦୈନିକ ପରିବା ବଜାରରୁ ଅଳିଆ ଆବର୍ଜନା ସଫା ହେଉନ ଥିବାରୁ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।
ବଜାର ସଫେଇ କରିବାକୁ ଆଜି ସ୍ଥାନୀୟ ବରିଷ୍ଠ ନାଗରିକ ସଂଗଠନ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଗଠନର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଏଥିରେ ନେତୃତ୍ୱ ନେଇଥିଲେ ।