କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ କାଶୀପୁର ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ଗୁରୁବାର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତକ ଜଣକ ହେଉଛନ୍ତି କାଶୀପୁର ଗ୍ରାମର କ୍ଷମାନନ୍ଦ ନାଏକ। ସେ ବୁଧବାରରୁ ଘରୁ ନିଖୋଜ ଥିଲେ। ଆଜି ସକାଳୁ କୁଅରେ ମୃତଦେହ ଭାସୁ ଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ତୁରୁମୁଙ୍ଗା ପୋଲିସ ପକ୍ଷରୁ ଏଏସଆଇ ନରେଶ ଓରାମ ଓ ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛନ୍ତି।