ପନ୍ଦର ଦିନ ମଧ୍ୟରେ ରେଳ ନ ଚାଲିଲେ ହେବ ରେଳ ରୋକ

ପୁରୀ – ବଡବିଲ ଇଣ୍ଟରସିଟି ଟ୍ରେନ ୧୫ ଦିନ ମଧ୍ୟରେ ନ ଚାଲିଲେ ରେଳରୋକ ଆନ୍ଦୋଳନ ହେବ ବୋଲି ଆଜି କେନ୍ଦୁଝର ଯୁବ ପରିଷଦ ପକ୍ଷରୁ କେନ୍ଦୁଝରଗଡ ଷ୍ଟେସନମାଷ୍ଟର ଜରିଆରେ ଜିଏମ ପୂର୍ବତଟ ରେଳବାଇକୁ ଏଭଳି ଦାବିପତ୍ର ପ୍ରଦାନ କରି କହିଛି।

କୋଭିଡ୍ କାରଣରୁ ଏହି ଟ୍ରେନ ବନ୍ଦ ରହିଥିଲା। କୋଭିଡ କଟକଣା ଉଠିବା ସତ୍ୱେ ଚାଲୁ ନ ଥିବାରୁ ଲୋକମାନେ ଅକଥନୀୟ ସମସ୍ୟା ଭୋଗୁଛନ୍ତି। ପୂର୍ବରୁ କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ, ସଦର ବିଜେପି ବିଧାୟକ ମୋହନ ମାଝି ସମେତ ବିଜେପିର ବହୁ ନେତା ସିଧାସଳଖ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେହେଁ ଜିଲ୍ଲାର ସ୍ବାର୍ଥକୁ ଉପେକ୍ଷା କରାଯାଇଛି।

Leave a Comment