ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଜୟନ୍ତୀ

କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ଆନୁକୁଲ୍ୟରେ ଭୁବନେଶ୍ବର ଝାରପଡ଼ା ଜେଲ ସ୍ଥିତ ମଧୁରମୟୀ ଶିକ୍ଷା ନିକେତନରେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୧୦୧ ତମ ଜୟନ୍ତୀ ପାଳିତ ହୋଇଯାଇଛି l

ଏହି ଅବସରରେ ପୁଷ୍ପାଞ୍ଜଳି, ସମାଜ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଚର୍ଚ୍ଚା, ଜାଗରଣ ସଙ୍ଗୀତ, ବୃକ୍ଷରୋପଣ, ସାମୁହିକ ପଙ୍କ୍ତି ଭୋଜନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଓ ଅନ୍ୟମାନେ ଯୋଗଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes