ପଦ୍ମପୁରରେ ଆଇଟି ଓ ଜିଏସଟି ବିଭାଗର ଚଢ଼ଉ

ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗ୍ରହଣ ପୂର୍ବରୁ ଆଜି ସକାଳେ ଆଇଟି ବିଭାଗ ୩ ଜଣ ବିଜେଡି ନେତାଙ୍କ ଘରେ ରେଡ୍‌ କରିଥିବା ବେଳେ ସନ୍ଧ୍ୟାରେ ଜିଏସ୍‌ଟି ବିଭାଗ ପକ୍ଷରୁ ବିଜେପି ନେତାଙ୍କ ଦୋକାନରେ ଚଢ଼ଉ କରାଯାଉଛି।

ବିଜେପି ନେତାଙ୍କ ପଦ୍ମପୁରରେ ଥିବା ଏକ ଲୁଗା ଦୋକାନ ଓ ପେଟ୍ରୋଲ ପମ୍ପରେ ଜିଏସ୍‌ଟି ବିଭାଗ ଚଢାଉ କରିଛି। ଏହାଛଡ଼ା ପାଇକମାଲ ଓ ଝାରବନ୍ଧରେ ଥିବା କେତେକ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଚଢ଼ଉ ହେଉଛି। ଚଢ଼ଉ ନେଇ ଲୁଗା ଦୋକାନୀ ସୁନୀଲ୍‌ ଅଗ୍ରୱାଲ୍‌ କହିଛନ୍ତି, ଜିଏସ୍‌ଟି ଠକେଇ କରିଛି ବୋଲି କହି ଚଢ଼ଉ କରିଛନ୍ତି। ପ୍ରଥମ ଥର ପାଇଁ ଏହି ଚଢ଼ଉ ହୋଇଛି। ମୁଁ ବିଜେପିରୁ ପଦ୍ମପୁର ବ୍ଲକର ପୂର୍ବତନ ଚେୟାରମ୍ୟାନ୍‌ ଥିଲି। ଏବେ ମୋ’ ପୁଅ ପଦ୍ମପୁର ଟାଉନ୍‌ ପ୍ରେସିଡେଣ୍ଟ ଅଛି, ଆକ୍ରୋଶମୂଳକ ଭାବେ ଏହି ଚଢ଼ଉ କରାଯାଉଛି ବୋଲି ଅଗ୍ରୱାଲ୍‌ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes