ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଭୀମତାଳି ବାତ୍ୟା ଆଶ୍ରୟ ସ୍ଥଳୀରେ ଆଜି ଉଦଳା ଅଗ୍ନିଶମ ବିଭାଗ ତରଫରୁ ପଞ୍ଚାୟତ ସ୍ତରୀୟ ସାମୁହିକ ଅଭ୍ୟାସ ସଚେତନ ଶିବିର ଅନୁଷ୍ଠିତ ହୋଇଛି ।
ବାତ୍ୟା ସମୟରେ ଗଛ କଟା, ପାଣିରେ ବୁଡି ଯାଉଥିବା ବେଳେ ଉଦ୍ଧାର କରିବା ଆଦି ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ମୁଖ୍ୟ ଭାବେ ଉଦଳା ବିଡିଓ ଦେବଯାନୀ ଭୁଆଁ ଯୋଗ ଦେଇଥିଲେ ।