ସୋନପୁର ପଂଚାୟତ ସମିତି ଅନ୍ତର୍ଗତ ହରଡ଼ଖୋଲ ଗ୍ରାମ ପଂଚାୟତରେ ପ୍ରଥମ ଥର ପାଇଁ ପଂଚାୟତ ନିର୍ଣ୍ଣୟ ଆପରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ -2013 ଅନ୍ତର୍ଗତ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମାଜିକ ବୈଠକ ରେ ବ୍ଲକ ବି ଏସ ଏ ସୁଦାମ ଗାଈଗରିଆ ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ରଂଜିତା ବଗର୍ତି,ସସ୍ମିତା ବଗର୍ତ୍ତୀ, ଭାରତୀ ମେହେର ବିନିକା ବ୍ଲକ ସାମାଜିକ ସମୀକ୍ଷା ମନୋଜ ସେଠି ଏବଂ ଅନ୍ୟାନ୍ୟ ପଦାଧିକାରୀ ଯୋଗଦାନ କରିଥିଲେ।