ନେଫ୍ରୋଲୋଜିଷ୍ଟ ଡ଼ା.ଆମୋଦ ମହାକୁର ସମ୍ମାନୀତ

ଖ୍ୟାତନାମା ନେଫ୍ରୋଲୋଜିଷ୍ଟ ପ୍ରଫେସର ଡ଼ା.ଆମୋଦ ଚନ୍ଦ୍ର ମହାକୁରଙ୍କୁ ତାମିଲନାଡୁର କିଡନୀ ରିସର୍ଚ୍ଚ ଫାଉଣ୍ଡେସନ “ଲା’ ରେନନ୍ ଟାଙ୍କର୍ ଫାଉଣ୍ଡେସନ୍” ପକ୍ଷରୁ ତାଙ୍କ ଜୀବନବ୍ୟାପି ସାଧନା ପାଇଁ ସମ୍ମାନୀତ କରାଯାଇଛି । ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କଳାପଥର ଗ୍ରାମର ଡ଼ା.ମହାକୁର ସମ୍ପ୍ରତି ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲରେ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ସେ ପୂର୍ବରୁ ମଧ୍ୟ ବୃକକ୍ ରୋଗର କ୍ଷେତ୍ରରେ ନିଜର ଗବେଷଣା ଏବଂ ପ୍ରକାଶନ କାର୍ଯ୍ୟ ପାଇଁ “ଦ୍ରୋଣାଚାର୍ଯ୍ୟ”, ଇଣ୍ଡିଆନ ସୋସାଇଟି ଅଫ ନେଫ୍ରୋଲୋଜି ଦ୍ଵାରା “ଆଇଏସଏନ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ଼” ଆଦି ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ଏହି ସଫଳତାରେ ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଭାପତି ସ୍ଵୟମ୍ଭୁନାଥ ଖଣ୍ଡଗିରି ଓ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes