ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ହେବ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ଆସନ୍ତାକାଲି ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ/ପରିବର୍ତ୍ତନ କରାଯିବ।
ଦାବି ଓ ଆପତ୍ତି ଦାଖଲ କରିବା ଅବଧି ସେପ୍ଟେମ୍ବର ୧୫ରୁ ୨୯ ରହିଛି।ଅକ୍ଟୋବର ୭ ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ କରାଯିବ ଏବଂ ଅକ୍ଟୋବର ୯ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର୍ ତାଲିକା।