ନୂଆଁଖାଇରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଠାରେ ଗଣେଶ ପୂଜା ଓ ନୂଆଁଖାଇ ଅବସରରେ ‘ପାତାଳି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା’ ଗୋଷ୍ଠୀ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ମୋନାଲିସା ନନ୍ଦ, ଇପ୍ସିତା ପ୍ରିୟଦର୍ଶିନୀ ପାଢ଼ୀ, ରଚନା ତ୍ରିପାଠୀ, ମୁସ୍କାନ ମଲ୍ଲିକ, ସୁଦର୍ଶନ ବିଶ୍ୱାଳ, ମଣ୍ଟୁ ଶତପଥି ପ୍ରମୁଖ ବିଭିନ୍ନ ଭଜନ ପରିବେଷଣ କରିଥିଲ । କାର୍ତ୍ତିକ ଭୋକ୍ତା, ରାଜେଶ ଶତପଥି, ପୃଥ୍ୱୀରାଜ ଜଗଦଲା, ଦେବେନ୍ଦ୍ର ବେରିହା, ରଘୁନାଥ ସାହୁ, ଭକ୍ତି ମହାନନ୍ଦ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକମାନେ ଭଜନର ଆନନ୍ଦ ନେଇଥିଲେ । ପାତାଳି ଶ୍ରୀକ୍ଷେତ୍ରର ପ୍ରଚାରପ୍ରସାର ତଥା ଶ୍ରୀଜଗନ୍ନାଥ ସଂସ୍କୃତିକୁ ଭଜନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଉଥିବାରୁ ଆୟୋଜକ କମିଟି ତରଫରୁ ଉକ୍ତ ଗୋଷ୍ଠୀର ଉଚ୍ଚ ପ୍ରଶଂସା କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes