ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କ ବଦଳି ଦାବି

କେନ୍ଦୁଝର ଜିଲ୍ଲା ରାଇସୁଆଁ ପଂଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କ ବଦଳି ଦାବି କରାଯାଇଛି। ସରପଞ୍ଚ ଅନନ୍ତ କୁମାର ଦେହୁରୀଙ୍କ ନେତୃତ୍ବରେ ଗ୍ରାମବାସୀମାନେ ଆଜି ସେମାନଙ୍କ ବଦଳି ଦାବିରେ ସଦର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ଲୋକଙ୍କ ସେବା ଓ ଉନ୍ନୟନ ମୂଳକ କାମରେ ଏହି ଦୁଇ ଅଧିକାରୀ ସହଯୋଗ କରୁନାହାନ୍ତି। ଫଳରେ କାଉଣାସି ଜନ କଲ୍ୟାଣ କାମ ହୋଇ ପାରୁନାହିଁ। ଫଳରେ ଲୋକଙ୍କ ଅସନ୍ତୋଷ ବଢୁଛି।ଆଗକୁ ଚାଷକାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ସେମାନଙ୍କୁ ବଦଳି କରାନଗଲେ କାମ କାର୍ଯ୍ୟ ବ୍ୟାହତ ହେବା ସହ ଅସନ୍ତୋଷ ବଢିବ ବୋଲି ଦାବିପତ୍ରର ଉଲ୍ଲେଖ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes