ଗାଦି ମାଡ଼ି ବସିଥିବା ରାଜସ୍ୱ ଅଧିକାରୀଙ୍କୁ ସ୍ଥାନାନ୍ତର ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ରାଜସ୍ବ ବିଭାଗ। ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି।
ବଦଳି ନିୟମ ପାଳନ ହେଉନଥିବାରୁ ରାଜସ୍ୱ ବିଭାଗ ଉଦ୍ବେଗ ପ୍ରକାଶ କରିଛି। ୩ ବର୍ଷ ପରେ ବଦଳି ପାଇଁ ନିୟମ ଥିଲେ ବି ପାଳନ ହେଉନାହିଁ।ଅନେକ କର୍ମଚାରୀ ସମାନ କାର୍ଯ୍ୟାଳୟ ଓ ସମାନ ପୋଷ୍ଟରେ କାମ କରୁଛନ୍ତି। ଯାହା ଦୁର୍ନୀତି ଓ ସରକାରୀ କାର୍ଯ୍ୟରେ ଅବହେଳା ବୃଦ୍ଧିର ମୁଖ୍ୟ କାରଣ କହିଛି ବିଭାଗ।