ଖୋର୍ଦ୍ଧା ରେଳମଣ୍ଡଳ ଅନ୍ତର୍ଗତ ନିରାକାରପୁର ଲେବୁଲ କ୍ରସିଂ ଠାରେ ପ୍ଲାଏ ଓଭର ପାଇଁ ଦରକାରୀ ରାସ୍ତା ଉପରେ ଏକ ଜନ ଶୁଣାଣୀ ଆଲୋଚନା ମା ଭୈରବୀ ପୀଠ କାଶିପୁର ଠାରେ ହୋଇଯାଇଛି।
ଟାଙ୍ଗି ତହସିଲଦାର ଜନ୍ମେଜୟ ସାହୁ, ରେଲଓ୍ବେ ଓ ଆର୍ ଆଣ୍ଡ ବି ବିଭାଗ ଅଧିକାରୀ ଗଣ ସିଧାସଳଖ କ୍ଷତିଗ୍ରସ୍ତ ହେବାକୁ ଥିବା ୮ ଟି ପରିବାରର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।