ପଦୋନ୍ନତିପ୍ରାପ୍ତ/ବଦଳି ଅଧିକାରୀ ନିଯୁକ୍ତି ସ୍ଥାନରେ ଯୋଗ ଦେବାକୁ କୃଷି ସଚିବ ଅରବିନ୍ଦ ପାଢ଼ୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ନିର୍ଦ୍ଦେଶ କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ। ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତ ସ୍ଥାନରେ ଯୋଗ ନ ଦେଲେ ସେପ୍ଟେମ୍ବର ମାସରୁ ଦରମା ବନ୍ଦ କରାଯିବ କହିଛନ୍ତି ଅରବିନ୍ଦ ପାଢ଼ୀ।
ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ।ନିର୍ଦ୍ଦେଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନ ମୁଖ୍ୟ ଆଦେଶ ଅନୁପାଳନ ଉପର ନଜର ରଖିବେ।