ନିଯୁକ୍ତି ଓ କ୍ଷତିପୂରଣ ଦାବୀ ନେଇ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସୋଲଡ଼ା ଗ୍ରାମର ସୁରେଶ ବେହେରାଙ୍କର ସମସ୍ତ ଜମିବାଡ଼ି, ଘରଦ୍ୱାର ଏମସିଏଲ୍ କୋଇଲାଖଣି ଦ୍ୱାରା ଅଧିଗ୍ରହଣ ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଓ ନିଯୁକ୍ତି ସମେତ ୫ଦଫା ଦାବୀ ନେଇ ଆଜି ସ୍ଥାନୀୟ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ପକ୍ଷରୁ ଗଣଧାରଣା ଦିଆଯାଇଛି ।

ହିଙ୍ଗୁଳା କୋଇଲାଖଣି ଦ୍ଵାରା ଦୀର୍ଘବର୍ଷ ହେବ ସେମାନଙ୍କ ପରିବାର ବିସ୍ଥାପିତ ହୋଇଥିଲେ ମଧ୍ୟ ତାଙ୍କର ହକ୍ ପ୍ରାପ୍ୟ ଓ ନିଯୁକ୍ତିରେ ଏମସିଏଲ ଟାଳଟୁଳି ନୀତି ଅବଲମ୍ବନ କରୁଥିବାର ପରିବାର ଅଭିଯୋଗ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes