କେନ୍ଦୁଝର କଲେଜ ରୋଡ ଠାରେ ଥିବା ଆଦିବାସୀ ହରିଜନ ପରିଚାଳିତ ଅନ୍ୱୈଷା ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ତଥା ଅନ୍ୟାନ୍ୟ ଅଭିଯୋଗ ହୋଇଛି।
ଅଭିଯୋଗ ପାଇ ଲକ୍ଷ୍ମୀ ନାଏକ, ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ କାଉନସିଲର ଅଧ୍ୟକ୍ଷ ଉକ୍ତ ହଷ୍ଟେଲ ପରିଦର୍ଶନ କରି ସେଠାରେ ରହୁଥିବା ଛୋଟଛୋଟ ଛାତ୍ରୀମାନଙ୍କ ସହିତ ଆଲୋଚନା କରି ସତ୍ୟାସତ୍ୟ ବୁଝିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ତତକ୍ଷଣାତ ଡାକି ତାଗିଦ୍ କରିବା ସହ ସମାଧାନ କରିବା ପାଇଁ କହିଛନ୍ତି ।