ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ପୁଲେଶ୍ଵର ଗ୍ରାମର ଜଣେ ଯୁବକ ଦୁଷ୍ମନ୍ତ ଜଗଦଲା ଚଳିତ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବାଲେଶ୍ଵର ସ୍ଥିତ ଫକୀର ମୋହନ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ନାମ ଲେଖାଇଥିବା ଜଣାଯାଇଛି । ସେ ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ସ୍ଥାନୀୟ ଆଞ୍ଚଳିକ ହାଇସ୍କୁଲରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ପରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ +୨ ବିଜ୍ଞାନ ଅଧ୍ୟୟନ କରିଥିଲେ । ଏହା ପରେ ସେ ଡାକ୍ତର ହେବାକୁ ଉଦ୍ୟମ କରି ନିଟ୍ ପରୀକ୍ଷା ଦେଇଥିଲେ ଓ ଦ୍ଵିତୀୟ ପ୍ରଚେଷ୍ଟାରେ ସଫଳତା ପାଇଥିଲେ । ସେ ୪୫୦ ମାର୍କ ରଖି ୧୨୨୦୫୯ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ ।