ନିଜ ଘର ନିଜେ ଜାଳି ଦେଲେ ନିଶାସକ୍ତ ଯୁବକ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କ୍ଷୀରେଇଟାଙ୍ଗିରି ପଞ୍ଚାୟତର ନୂଆଗାଁ ଗ୍ରାମର ପୁରନ୍ଦର ନାଏକ ନିଶାସକ୍ତ ଅବସ୍ଥାରେ ରବିବାର ରାତ୍ରି ନିଜେ ବ୍ୟବହାର କରୁଥିବା ସ୍କୁଟି ସହ ଘରେ ନିଆଁ ଲଗାଇଦେଇଛନ୍ତି ।

ସ୍କୁଟି ଜଳିପୋଡି ପାଉଁଶହେବା ସହ ଟାଇଲ ଘରର ଅର୍ଦ୍ଧେକ ପୋଡ଼ି ଜଳି ଧ୍ୱଂସ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବ ପତ୍ର,ଧାନ ଚାଉଳ ସହ ବାକ୍ସରେ ଥିବା ଟଙ୍କା ପୋଡି ପାଉଁଶ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version