ବାଂଶପାଳ ବ୍ଲକ ଅନ୍ତର୍ଗତ କରଙ୍ଗାଡିହି ଗ୍ରାମର ରଙ୍ଗାଧର ମହାକୁଡଙ୍କ ୮ବର୍ଷର ପୁଅ ଫକିର ମହାକୁଡ ନିଖୋଜ ପୁଅର ମୃତ ଦେହ ଆଜି ଉଦ୍ଧାର ହୋଇଛି । ସେ ଗତ ୯ ତାରିଖ ରବିବାର ଦିନ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଘରେ ଥିଲେ ।
ଏହା ପରେ ସେ ହଠାତ୍ ନିଖୋଜ ହୋଇ ଯାଇଥିଲେ । ସେ ନିଖୋଜ ଥିବାବେଳେ ଆଜି ତାର ମୃତ ଦେହ ଘର ଠାରୁ ୫୦୦ ମିଟର ଦୂରରେ ମିଳିଛି । ପୋଲିସ ଶବ କୁ ଜବତ କରି ତଦନ୍ତ କରୁଛି।