ନିଆଁ ଲାଗି କପଡା ଦୋକାନ ଭସ୍ମୀଭୂତ

ଆଜି ଅପରାହ୍ନରେ ସୁବର୍ଣ୍ଣପୁର ବଡବଜାର ସ୍ଥିତ ଅନ୍ନପୂର୍ଣ୍ଣା କ୍ଲଥ ଷ୍ଟୋରରେ ଅଗ୍ନିକାଣ୍ଡ ଘଟି ଆନୁମାନିକ ୫୦ ଲକ୍ଷ ଟଙ୍କାର ଲୁଗା ପୋଡ଼ି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି ।

ଅଗ୍ନିଶମ ବାହିନୀ ୨ଟି ଦମକଳ ଗାଡ଼ି ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes