ନିଆଁରେ ପୋଡ଼ି ହୋଇଥିବା ମହିଳାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୁଣ୍ଡୁରିପଶି ଗ୍ରାମର ନିଆଁରେ ପୋଡ଼ି ହୋଇଥିବା ଜଣେ ୨୩ବର୍ଷୀୟା ବିବାହିତ ମହିଳାଙ୍କର ଶୁକ୍ରବାର ପୂର୍ବାହ୍ନରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ମୃତ ମହିଳା ଜଣକ ହେଉଛନ୍ତି, ଉଜ୍ୱଳ କିଶୋର ନାଏକଙ୍କ ସ୍ତ୍ରୀ ନିର୍ମଳା ମହାପାତ୍ର। ସୂଚନା ଯେ, ଏକ ମାସ ତଳେ ରୋଷେଇ ସମୟରେ ନିର୍ମଳାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗି ସେ ଗୁରୁତର ହୋଇ କରଞ୍ଜିଆରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes