2019 ମସିହାରେ ଟାଙ୍ଗୀ ଥାନା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ ଆଜି କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଅଭିଯୁକ୍ତ ଖୋକନ ମାଇତିକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l
ଏଥିସହ ପୀଡ଼ିତାଙ୍କୁ ସାତ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l