କଟକ ମାହାଙ୍ଗା ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗୋକନ ସ୍କୁଲ କ୍ରୀଡ଼ା ଶିକ୍ଷକଙ୍କ ଘରେ ପୁଲିସ ପହଞ୍ଚିଛି।
ଜଗତସିଂହପୁର ଥାନା ଛେଳିଆଗଡ଼ ଗାଁରେ କଟକ ପୁଲିସ ପହଞ୍ଚି କ୍ରୀଡ଼ା ଶିକ୍ଷକ ଓ ତାଙ୍କ ମା’ଙ୍କୁ ପଚରାଉଚରା କରୁଛି। ଦଶମ ଶ୍ରେଣୀ ଛାତ୍ରୀର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଏକ ଚିଠି ଓ ଅଡିଓ ଭାଇରାଲ ହୋଇଥିଲା। ଭାଇରାଲ ଅଡିଓ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଏସ୍ପି।