ଧାନକିଣାରେ ଅବ୍ୟବସ୍ଥା, PUCC, ସ୍ମାର୍ଟ ମିଟରକୁ ବିରୋଧ କରି ସକାଳ ୬ଟାରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି।ନଭୁବନେଶ୍ବର ଉପକଣ୍ଠ ଉତ୍ତରା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ସୁବର୍ଣ୍ଣପୁର ବିନିକାରେ ପିକେଟିଂ କରିଛନ୍ତି। ଏଥିରେ କଂଗ୍ରେସ କର୍ମୀ ସାମିଲ୍ ଅଛନ୍ତି। ବିନିକା-ବରପାଲି ଏନ୍ଏଚ୍ କଲେଜ ଛକରେ ଆନ୍ଦୋଳନ କରୁଛନ୍ତି। ବଲାଙ୍ଗିର ମୁଖ୍ୟ ଡାକଘରେ ତାଲା ଠୁଙ୍କିଲେ ଆନ୍ଦୋଳନକାରୀ ଏବଂ ବଲାଙ୍ଗିର ସହରରେ ପିକେଟିଂ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି।