ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ କମଳପୁର ଗ୍ରାମର ନାରୀନେତ୍ରୀ ନଳିନୀ ପଣ୍ଡା ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ ହୋଇଥିବା ଜଣାଯାଇଛି । ସେ ଏଥିପାଇଁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ପୂର୍ବରୁ ସେ ଉଫୁଲା ପଞ୍ଚାୟତର ସରପଞ୍ଚ ଓ ବୀରମହାରାଜପୁର ଜୋନ-୧ର ଜିଲା ପରିଷଦ ସଦସ୍ୟା ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ ବଲାଙ୍ଗୀର ସାଂସଦଙ୍କ ବୀରମହାରାଜପୁର ବ୍ଲକ ପ୍ରତିନିଧି ଓ ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟି ସଭ୍ୟା କାର୍ଯ୍ୟ କରୁଥିବା ଜଣାଯାଇଛି ।