ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ୍ ହେବ। ଏଥର କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ’। ବାଲିଯାତ୍ରା ନାଁ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ କହିଛନ୍ତି ଜିଲ୍ଲାପାଳ।